Nu se pretează? Nu contează! Puteți returna produsele în până la 30 de zile
Cu un voucher cadou nu veți da greș. În schimbul voucherului, destinatarul își poate alege orice din oferta noastră.
Până la 30 de zile pentru returnare
କବିତା ହେଉଛି ଶବ୍ଦମନ୍ତ୍ରର ଭାବଭାସ୍କର୍ଯ୍ୟ। ଏହା କଦାଚିତ ସଂରକ୍ଷଣ ସମ୍ପ୍ରସାରଣ ଅଥବା ସାମାନ୍ୟ କଥନ ଆବଶ୍ୟକ କରେନାହିଁ। ମଣିଷ ଦେଖିନଥିବା ଘନ ଅରଣ୍ୟ, ବର୍ଷାର ତାନ ଶୁଣିନଥିବା ଧୂସର ପାହାଡ଼, ଶୁଖିଲା ପଦ୍ମ ପୋଖରୀ ଓ ସେପରି ଅନେକ ଦୃଶ୍ୟ ଅଦୃଶ୍ୟ ଭାବନା ଭିତରେ ଏହା ଅଙ୍କୁରିତ ହୋଇପାରେ। କେବେ କେବେ ଅନ୍ଧାର ଭିତରେ ଜଳୁଥିବା ଆଲୋକର ପାଗଳପଣ ପ୍ରତ୍ୟେକ କବିକୁ ଆଚ୍ଛନ୍ନ କରି ରଖେ, କେବେ ପୁଣି କବି ଜାଣିଦିଏ - ସୁଖ ସମ୍ଭୋଗ ପରିପୂର୍ଣ୍ଣ ପୁରୁଷାର୍ଥ କେବେ ତା'ର ନଥିଲା ହିଁ' ଲୋଡ଼ା !
କବିତା ତାହା
ଯାହା କେବେ ନଥିଲା
ଏବେ ଏବେ ପ୍ରକଟ ହୋଇଛି, ଏଇନେ!
କବି ପରି, କବିତା ମଧ୍ୟ ଗଢ଼ା ହୁଏନାହିଁ। ଏହା ପ୍ରସ୍ଫୁଟିତ ହୁଏ। ପଦ୍ୟକୁ ପ୍ରସିଦ୍ଧ-ପ୍ରଚାର ମାଧ୍ୟମରେ ଯେତେ ସାଦର କଲେ ମଧ୍ୟ ତାହା କଦାପି କବିତା ହୋଇଯାଏ ନାହିଁ। ଥରେ ପ୍ରସ୍ଫୁଟିତ ହୋଇଗଲେ, କବିତା କେବେ ହେଁ ଶବ୍ଦ ଓ ସଂକେତରେ ସୀମିତ ହୋଇ ରହେ ନାହିଁ, ନୀଳନଭରେ ନୀଳମେଘ ଭିତରେ ଏହା ନୀଳପଦ୍ମ ପରି ନିରନ୍ତର ଝଲସୁ ଥାଏ। କିଏ ତାକୁ ଦେଖି ପାରୁଛି ବା ଦେଖି ପାରୁନାହିଁ ତହିଁରେ ତା'ର କିଛି ଆନନ୍ଦ ଉତ୍ସାହ ବା ଅବସୋସ ନାହିଁ। କବି ମଧ୍ୟ ଠିକ ସେହିପରି।
Bună ziua! Sunt Libroamiko, consilierul dumneavoastră de cărți.
Cu ce vă pot ajuta?